spot_img

ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ମେ ମାସରେ ହେବ ନିର୍ବାଚନ । ତେବେ ଏନେଇ ସିଡିବ୍ଲୁ୍ୟସି ବୈଠକରେ ନିଷ୍ପତି ନିଆଯାଇଛି । ତେବେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳ ସାଙ୍ଗଠନିକ ନିର୍ବାଚନ କରିବ ବୋଲି ସୂଚନା ଦେଇଛି । କଂଗେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସିଡିବ୍ଲୁ୍ୟସି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ସୋନିଆ । ସରକାର କୃଷକଙ୍କୁ କୃଷି ଆଇନକୁ ଭଲ ଭାବେ ବୁଝିବା ପାଇଁ ସୁଯୋଗ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଜାତୀୟ ସୁରକ୍ଷା ଏବେ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇଛି । କିନ୍ତୁ ଅନେକ ଜାତୀୟ ତଥ୍ୟ ଲିକ ହେଉଛି ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular