ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି। ଏହି ଖବର ମିଳିବା ପରେ ବିହାରରେ ଥିବା ତାଙ୍କ ପୁଅ ତେଜସ୍ୱୀ ଓ ପତ୍ନ ରାବ୍ରୀ ଦେବୀ ରାଞ୍ଚି ଅଭିମୁଖେ ବାହାରିଛନ୍ତି। ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଖରାପ ହୋଇ ଆସୁଛି। ଏଥିପାଇଁ ରାଞ୍ଚିର ଆରଆଇଏମଏସ ହସ୍ପିଟାଲରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା। ତେବେ ଗୁରୁବାର ରାତିରେ ହଠାତ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେଉଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଲାଲୁଙ୍କର ଏଚଆରସିଟି ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି। ଗୋଟିଏ ଡାକ୍ତରୀ ଟିମ ଓ ଆରଆଇଏମଏସର ନିର୍ଦ୍ଦେଶକ ନିୟମିତ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0