ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧ୍ୱାୱନ ଓ ତାଙ୍କ ବାନ୍ଧବୀ ନତାଶା ଡାଲାଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଜାନୁଆରୀ ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଏହି ଉତ୍ସବକୁ ଅତି ସ୍ୱତନ୍ତ୍ର କରିବା ପାଇଁ ବରୁଣ ବେଶ ଚେଷ୍ଟା କରୁଛନ୍ତି । ଅନ୍ୟପଟେ କରୋନାକୁ ଦୃଷ୍ଟିରେ ରଖି ସୀମିତ ଅତିଥି ତାଲିକା ପ୍ରସ୍ତୁତ କରିଛନ୍ତି ବରୁଣ । ତାଙ୍କ ତାଲିକାରେ ବଲିଉଡର ତିନି ଖାନ ମଧ୍ୟରୁ ଶାହରୁଖ ଓ ସଲମାନଙ୍କୁ ଦେଖିବା ପାଇଁ ମିଳିବ । ତାଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଭଳି ବହୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମ ମଧ୍ୟ ତାଲିକାରେ ଥିବାର ସୂଚନା ମଳିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0