କେନ୍ଦୁଝର : ଆଜିର ଦିନରେ ବିଜ୍ଞାନ ବ୍ୟତିରକେ ଜୀବନ ଜିଁଇବା ଯେମିତି ଅସମ୍ଭବ | ଦୈନଦିନ ଜୀବନରେ ବିଜ୍ଞାନ ତାର ପରାକ୍ରମ ଦେଖାଇ ଚାଲିଛି |ଅସମ୍ଭବ କୁ ସମ୍ଭବ କରୁଛି ,ନ ହେଉଥିବା ଜିନିଷ ହେଉଛି | ଏଇ ଯେମିତି ବିଜ୍ଞାନ ତାର କାରିଗରୀ କୌଶଳ ବଳରେ କେନ୍ଦୁଝର ବାସୀନ୍ଦା ମହେଶ୍ୱର ନାୟକଙ୍କ ପରିବାରକୁ ଆଶ୍ଵସ୍ତି ପ୍ରଦାନ କରିଛି |ରାସ୍ତା ଉଚ୍ଚା ହେବ ଦ୍ୱାରା ଭୂ ପୃଷ୍ଠରୁ ତଳକୁ ପୋତି ହୋଇଥିବା ଘରକୁ ଗାଡ଼ି ଚକ ଖୋଲିବାକୁ ବ୍ୟବହାର ହେଉଥିବା ଜ୍ୟାକ୍ (ଜଗ୍) ସହଯୋଗରେ ଛିଡା କରିବାର ପ୍ରତିଶୃତି ପରେ କାମ ଆରମ୍ଭ ହୋଇଥିଲା | ଘଟଣାଟି ଏମିତି କେନ୍ଦୁଝର ର ସ୍ପଞ୍ଜ କଲୋନୀରେ ଦୀର୍ଘ ଦିନ ହେଲା ରହୁଛନ୍ତି ମହେଶ୍ୱର ନାୟକ |ଏହି କଲୋନୀ ରେ ଡ୍ରେନେଜ ସମସ୍ୟା ଓ ତଲୁଆ ଅଂଚଳ ହୋଇଥିବାରୁ ବର୍ଷାଦିନରେ ଜଳାର୍ଣ୍ଣବ ହୋଇଯିବ ସହ ଘରେ ,ବାହାରେ ପାଣି ପସିଯାଏ | ବର୍ଷ ପାଣିରେ ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଯାଏ | କଂକ୍ରିଟ ରାସ୍ତା ହେବା ଫଳରେ ଦିନକୁ ଦିନ ରାସ୍ତା ଉଚ୍ଚା ହେବାସହ ଘର ଗୁଡିକ ଏଠାରେ ନିଚ୍ଚା ଅବସ୍ଥାକୁ ଆସି ଯାଉଛି | ଏଭଳି ସମସ୍ୟାରେ ନାୟକ ପରିବାର ଛନ୍ଦି ହୋଇ ପଡ଼ିଥିଲେ | ଏ ସମସ୍ୟାରୁ ମୁକୁଳିବାକୁ ସବୁବେଳେ ଚିନ୍ତିତ ରହୁଥିଲେ |
ଶ୍ରୀଯୁକ୍ତ ନାୟକ ଙ୍କ ପୁଅ ଇଂ ମନୋଜ ନାୟକ ସାମାଜିକ ଗଣମାଧ୍ୟମ ଓ ୟୁଟୁବ୍ ର ସାହାରା ନେଇ ବହୁ ଖୋଜାଖୋଜି କରି ଦବି ଯାଇଥିବା ଘରକୁ ଉଠାଇବା ପାଇଁ ଏକ ବିଜ୍ଞାପନ ପାଇଥିଲେ |ବିହାର ରାଜ୍ୟରେ ମଧୁପୁରା ଅଂଚଳର ଏକ କମ୍ପାନୀ ସଂଗେ ଯୋଗାଯୋଗ କରିଥିଲେ |ପରେ ପରେ ବିହାରରୁ ଅଭିଜ୍ଞ ଯନ୍ତ୍ରୀ ଓ କର୍ତ୍ତୃପକ୍ଷ ଆସି କେନ୍ଦୁଝରଠାରେ ଘରଟିକୁ ଦେଖି ସୁରକ୍ଷିତ ଭାବେ ଯେତେ ଉଚ୍ଚତା ଚାହିଁବେ ଉଠାଇ ପାରିବେ ବୋଲି କହିଥିଲେ | ୧୨ ଜଣ କୁଶଳୀ କାରିଗର ୧୫ ଦିନ ମଧ୍ୟରେ ୧୧୦୦ ବର୍ଗ ଫୁଟର ଘରକୁ ୨ ଫୁଟ ଉଠାଇ ସାରିଲେଣି |ଆସନ୍ତା ୧୫ ଦିନ ମଧ୍ୟରେ ମଧ୍ୟରେ ଆଉ ୨ ଫୁଟ ଉଠାଯାଇ ସମ୍ପୂର୍ଣ ହେବାର ଯୋଜନା ରହିଛି |ଏବେ ଘର ଉଠାଇବା କାମ ଚାଲିଥିବା ବେଳେ ସେହି ଘରେ ସ୍ୱାଭାବିକ ଭାବେ ଚଳପ୍ରଚଳ ମଧ୍ୟ ଚାଲିଛି | ଏଭଳି କାମ କେନ୍ଦୁଝର ଅଂଚଳରେ ପ୍ରଥମ ହୋଇ ଥିବାରୁ ମହେଶ୍ୱର ବାବୁଙ୍କ ଘର ନିକଟରେ ଦୈନଦିନ ଗହଳି ଲାଗୁଛି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0