ନୂଆଦିଲ୍ଲୀ: କୃଷି ଆଇନ୍କୁ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ୧୧ ତମ ବୈଠକ ସମାପ୍ତ ହୋଇଯାଇଛି । କିନ୍ତୁ ଆଜିର ବୈଠକରେ ମଧ୍ୟ କୌଣସି ନିକ୍ରର୍ଷ ବାହାରି ପାରି ନାହିଁ । ସରକାର କହିଛନ୍ତି ଆଇନ୍କୁ ସ୍ଥଗିତ କରିବା ପ୍ରସ୍ତାବରେ ଆଭ୍ୟନ୍ତରୀଣ ଆଲୋଚନା କରିବା ଉଚିତ୍। ବୈଠକ ବାରମ୍ବାର ବିଫଳ ହେଉଥିବା ଦେଖି କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ କଠୋର କରିଛନ୍ତି। ବୈଠକ ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ନୂତନ କୃଷି ଆଇନରେ କୌଣସି ସମସ୍ୟା ନାହିଁ। ସରକାର କୃଷକଙ୍କ ସମ୍ମାନ ପାଇଁ ଏହି ଆଇନ୍ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। କୃଷି ଆଇନ୍ ୧୮ ମାସ ସ୍ଥଗିତ ରଖିବା ବ୍ୟତୀତ ଏଥିରେ ଆଉ କିଛି ଭଲ କରାଯାଇ ପାରିବ ନାହିଁ। ଆମେ ଆମ ପକ୍ଷରୁ ଭଲ ପ୍ରସ୍ତାବ ଦେଇଥିଲୁ। ଯଦି କୃଷକଙ୍କ ପାଖରେ ଭଲ ବିକଳ୍ପ ରହିଛି ତେବେ ତାକୁ ନେଇ ସରକାରଙ୍କ ପାଖକୁ ଆସନ୍ତୁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0