spot_img

ହାତୀ ଉପଦ୍ରବ, ବ୍ୟାପକ ପରିମାଣର ଫସଲ ନଷ୍ଟ

ପାଟଣା: ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖୀରେଇଟାଙ୍ଗୀରି ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି । ଯାହାଫଳରେ ବ୍ୟାପକ ପରିଣାଣର ଫସଲ ଚାଷ ନଷ୍ଟ ହୋଇଛି । ଖବର ଅନୁଯାୟୀ. ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ଉପଦ୍ରବ ଜାରି ରଖିଛନ୍ତି । ହାତୀପଲ ଦିନବେଳା ସଦର ରେଞ୍ଜ ଜଡିପଡା ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ପଶି ଫସଲ ନଷ୍ଟ କରୁଛନ୍ତି। ହାତୀ ଭୟରେ ଲୋକେ ରାତିରେ ଶୋଇ ପାରୁନାହାନ୍ତି । ଖୁବ ଶୀଘ୍ର ହାତୀପଲ ଙ୍କୁ ଏ ଅଞ୍ଚଳରୁ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀପଲରେ ୧୧ ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular