ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ପୌର ପ୍ରଶାସନ ସହିତ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନେ ସହରର ବିଭିନ୍ନ ହୋଟେଲ୍ ଓ ଜଳଖିଆ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଅନେକ ହୋଟେଲ ଓ ଜଳଖିଆ ଦୋକାନରୁ ବାସି ତଥା ଖାଦ୍ୟ ଅନୁପଯୋଗୀ ମିଠା, ପନିର, ଛେନା ଓ ମସଲା ଆଦି ଜବତ କରାଯାଇ ନଷ୍ଟ କରାଯାଇଥିଲା। ଏହା ସହିତ ସଂପୃକ୍ତ ଦୋକାନୀମାନଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଥିଲା। ଏକ ଦୋକାନରେ ମିଠାର ପ୍ରସ୍ତୁତ ତାରିଖ ଲେଖାଯାଇ ନଥିବାରୁ ତାଙ୍କ ଠାରୁ ମଧ୍ୟ ଫାଇନ୍ ଆଦାୟ କରାଯାଇଥିଲା।
ଖୋର୍ଦ୍ଧା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି, ଚାରିଆଡ଼େ ଏବେ ଅପମିଶ୍ରିତ ଖାଦ୍ୟର ପ୍ରାଦୁର୍ଭାବ ବଢ଼ିଚାଲିଛି। ତେଣୁ ଆମେ ଦୋକାନୀମାନଙ୍କୁ ସଚେତନ କରୁଛୁ। ଯଦି ସେମାନେ କୌଣସି ବିଷୟରେ ଜାଣି ନାହାନ୍ତି, ତା’ହେଲେ ସେମାନଙ୍କୁ ସେ ବିଷୟରେ ସଚେତନ କରାଯାଉଛି। ଲୋକଙ୍କୁ ବି ସଚେତନ କରୁଛୁ। ଯେଉଁ ସ୍ଥାନରେ ଖାଦ୍ୟ ପଦାର୍ଥ ତିଆରି ହେଉଛି, ସେଗୁଡ଼ିକ ବି ବୁଲି ଦେଖିଛୁ। ସଚେତନ କରିବା ସହିତ ଦୋକାନୀମାନଙ୍କୁ ଆମେ ଚେତାବନୀ ଦେଇଛୁ। ୟା ପରେ ଯଦି ସେମାନେ ଅପମିଶ୍ରିତ ଖାଦ୍ୟ ବିକିବେ, ତା’ହେଲେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ। ଖାଦ୍ୟ ପଦାର୍ଥ ବିକିବା ପାଇଁ ଯେଉଁ ଅନୁମତି ପାଇଛନ୍ତି, ତାକୁ ବାତିଲ କରି ଦିଆଯିବ। ସେ ଆହୁରି କହିଛନ୍ତି ଯେ ଆଜି ଚଢ଼ାଉ ବେଳେ ବାସି ମିଠା, ବାସି ଡାଲି, ଫ୍ରିଜ୍ରେ ଥିବା ବହୁତ ଦିନର ଖାଦ୍ୟ, ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଜବତ କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0