spot_img

କିମ ଜଙ୍ଗ ଉନଙ୍କ ନୂଆ ଚାଲ

ୱାଶିଂଟନ: ଉତ୍ତର କୋରିଆ ନିଜର ପାଇଦା ପାଇଁ ନୂଆ ଚାଲ ଚଲାଇଛି । ନିଜ ପାଇଦା ପାଇଁ ଆମେରିକା ସହ ସମ୍ପର୍କ ସ୍ଥାପନା କରିବାକୁ ଚାହୁଁଛି । ଏହି ସୁଯୋଗରେ ସେ ନିଜ ଦେଶ ପାଇଁ ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ରର ବିକାଶ କରିବ । ବିଭିନ୍ନ ମିସାଇଲର ପରୀକ୍ଷଣ ମଧ୍ୟ କରିବ । ଏନେଇ ଶୁକ୍ରବାର ଆମେରିକାର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ସେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନକୁ ସତର୍କ ମଧ୍ୟ କରାଇଛନ୍ତି । ଅନ୍ୟପଟେ ଜୋ ବାଇଡେନଙ୍କ ଦ୍ୱାରା ମନୋନୀତ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ କହିଥିଲେ ଯେ, ୟୁଏସ ସରକାର ଉତ୍ତର କୋରିଆ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କିପରି ଉତ୍ତର କୋରିଆ ସରକାର ଆମେରିକା ସହ ଆଲୋଚନା ପାଇଁ ରାଜି ହେବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular