କଲିକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ମୂଳ ଅଧିବାସୀମାନଙ୍କୁ ଜମି ପଟ୍ଟା ଆବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଆସାମର ଏଭଳି ଲୋକେ ଜମିଜମା ସ୍ୱୀକୃତି ପାଇ ନ ଥିବା ଦୁଃଖର ବିଷୟ। ଆଜି କୋଲ୍କାତା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରରେ ପହଞ୍ଚି ଏକ କାର୍ୟ୍ୟକ୍ରମରେ ୧.୦୬ ଲକ୍ଷ ବ୍ୟକ୍ତିଙ୍କୁ ଜମିଜମା ପଟ୍ଟା ବଣ୍ଟନ କରିବା କାର୍ୟ୍ୟକ୍ରମ ଥିଲା। ଆଜି କୋଲ୍କାତା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରରେ ପହଞ୍ଚି ଏକ କାର୍ୟ୍ୟକ୍ରମରେ ୧.୦୬ ଲକ୍ଷ ବ୍ୟକ୍ତିଙ୍କୁ ଜମିଜମା ପଟ୍ଟା ବଣ୍ଟନ କରିବା କାର୍ୟ୍ୟକ୍ରମ ଥିଲା। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମଦିବସ ପାଳନ କରୁଛି। ଆମେ ଆଜିର ଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳୁଛନ୍ତି। ଆଜି ଲକ୍ଷାଧିକ ଭୂମିହୀନ ପରିବାର ଜମି ପଟ୍ଟା ପାଇଛନ୍ତି। ଆସମରେ ବିଜେପି ସରକାର ଗଢ଼ିବା ବେଳେ ପ୍ରାୟ ୬ ଲକ୍ଷ ଭୂମିହୀନ ଲୋକ ଥିଲେ। କିନ୍ତୁ, ସୋନୋଓ୍ଵାଲ୍ ସରକାର ଉକ୍ତ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦେଉଛନ୍ତି। ୨.୨୫ ଲକ୍ଷ ଭୂମିହୀନ ଲୋକ ଜମି ପଟ୍ଟା ପାଇ ସାରିଛନ୍ତି ଏବଂ ଏବେ ୧ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ଦିଆଯିବ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0