ଭୁବନେଶ୍ବର : ରାଜ୍ୟର ବିଭିନ୍ନ ବ୍ଲକରେ ଥିବା ୨୫୦ଟି ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ ଫେବ୍ରୁଆରି ୨୦ ସୁଦ୍ଧା ଆବେଦନ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ୱେବସାଇଟ ଙ୍ଗଙ୍ଗଙ୍ଗ.କ୍ଟବଙ୍ଖ.ରୟଙ୍କ.ସଦ୍ଭରୁ ଫର୍ମ ଡାଉନଲୋଡ କରି ପୂରଣ କରିବା ପରେ ଆଗ୍ରହୀ ଥିବା ଆଦର୍ଶ ବିଦ୍ୟାଳୟରେ ଜମା କରିବେ। ଏହାପରେ ନାମ ଲେଖା ପାଇଁ ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାବ୍ୟତୀତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଖାଲିଥିବା ସିଟ ପାଇଁ ଲ୍ୟାଟେରାଲ ଏଣ୍ଟ୍ରି ମାଧ୍ୟମରେ ନାମଲେଖା ହେବ। ଏହି ଫର୍ମ ମଧ୍ୟ ୱେବସାଇଟ୍ରେ ଉପଲବ୍ଧ ଅଛି। ଚଳିତବର୍ଷ ପ୍ରତ୍ୟେକ ବିଦ୍ୟାଳୟରେ ୫୦% ସିଟ ଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବ। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଥିବା ଦରକାର ନଚେତ୍ ସିଓଆର ପାଇଥିବା ଓଡ଼ିଆ ମାଧ୍ୟମ ଓ ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଦରକାର।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0