ବ୍ରହ୍ମପୁର: ବ୍ରହ୍ମପୁରର ଲକ୍ଷ୍ମୀବିହାର ଅଞ୍ଚଳରେ ନକଲି ପାଣି ଫ୍ୟାକ୍ଟ୍ରି ଉପରେ ପୁଲିସ ଚଢ଼ଉ କରିଛି। ଲକ୍ଷ୍ମୀବିହାର ଦ୍ୱିତୀୟ ଲେନରେ ବେଆଇନ ଭାବେ ଚାଲିଥିବା ନକଲି ପାଣି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ବିପୁଳ ପିରମାଣର ନକଲି ସାମଗ୍ରୀ ଜବତ କରିଛି ପୁଲିସ। ବିଭାଗୀୟ ଅନୁମତି ନ ଥାଇ ପାଣି ପାଉଚ ଓ ପାଣି ବୋତଲ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । ଏନେଇ ଆଜି ବଡ଼ବଜାର ପୁଲିସ ପହଞ୍ଚି କାରଖାନା ଉପରେ ଚଢ଼ଉ କରି ନକଲି ସାମଗ୍ରୀ ଜବତ କରିବା ସହ ଫ୍ୟାକ୍ଟ୍ରିକୁ ସିଲ କରିଛି । ସେହିପରିବ୍ରହ୍ମପୁରରରେ ନକଲି ସସ ଫ୍ୟାକ୍ଟ୍ରି ଠାବ ପରେ ତନାଘନା ଆରମ୍ଭ ହୋଇଛି। ବଡ଼ ବଜାର ଥାନା ଆଇଆଇସି ଓ ସଦର ଏସଡିପିଓ ସେଠାରେ ପହଞ୍ଚିଛନ୍ତି ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0