ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ୍) ଭାରତରେ ପୁଞ୍ଜି ନିବେଶ କରିବା ପାଇଁ କିଛି ଆକର୍ଷଣୀୟ ଟିପ୍ସ ଦେଇଛନ୍ତି । ଚଳିତ ବର୍ଷ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଅରବ ଡଲାରର ଏଫଡିଆଇ ମିଳି ସାରିଛି । ଜିଓ କମ୍ପାନୀରେ ଗୁଗଲ ଏବଂ ଫେସବୁକ୍ ପରି କମ୍ପାନୀମାନେ ପୁଞ୍ଜି ନିବେଶ କରୁଛନ୍ତି । ମାତ୍ର ଏହା ଭାରତର ଅର୍ଥନିତିରେ ସୁଧାର ଆଣିବା ପାଇଁ ଯଥେଷ୍ଟ ନୁହେଁ । ସେପଟେ କରୋନା ପରେ ଦେଶର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଆର୍ଥିକ ବିକାଶ ନିହାତି ଆବଶ୍ୟକ । ତେଣୁ ଆଇଏମଏଫ ଏକ ନୂତନ ନିୟମ ଜାରି କରିଛି । ନିୟମାନୁଯାୟୀ ନିବେଶକଙ୍କୁ ଆକର୍ଷଣୀୟ କରିବା ପାଇଁ କିଛି କୌଶଳ ପ୍ରସ୍ତୁତ କରିବା ଆବଶ୍ୟକ । ଆଇଏମଏଫର ମୁଖ୍ୟ ପ୍ରବକ୍ତା ଗେରୀ ରାଇସ କହିଛନ୍ତି କି ଭାରତକୁ ଏବେ ଅଧିକ ଆର୍ଥିକ ଅଭିବୃଦ୍ଧିର ଆବଶ୍ୟକତା ରହିଛି । ଶ୍ରମ, ଭୁମି ପରି କ୍ଷେତ୍ରରେ ଉନ୍ନତି ଆଣିବା ବ୍ୟତିତ ଅନ୍ୟ କ୍ଷେତ୍ର ମାନଙ୍କରେ ନିବେଶକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଯାହା ଫଳରେ ଭାରତରେ ଅଧିକ ନିବେଶ କରାଯାଇପାରିବ ଏବଂ ସମୃଦ୍ଧି ଦିଗରେ ଭାରତ ଅଗ୍ରସର ହୋଇପାରିବ ।
୨୦୨୦ରେ ଭାରତ କାରବାର ସୁଗମତା ରେଟିଂ ରେ ୬୩ ସ୍ଥାନରେ ରହିଛି । ଯାହା ୨୦୧୮ରେ ୧୦୦ ସ୍ଥାନରେ ଥିଲା । ଏହି ଅଭିବୃଦ୍ଧି ଭାରତକୁ ଏକ ଉଲ୍ଲେଖନୀୟ ସ୍ଥାନକୁ ନେଇଆସିଛି । ମାତ୍ର ଏଥିରେ ଅଧିକ ଉନ୍ନତି ଆଣିବାକୁ ପଡିବ ବୋଲି ଆଇଏମଏଫର ମୁଖ୍ୟ ପ୍ରବକ୍ତା କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0