କଟକ: କଟକ ସହରରୁ ଆଉ ୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର ମଧ୍ୟରୁ ୪୯ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ସ୍ଥାନିୟ ସଂକ୍ରମିତ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୩୬ଜଣ ହୋମ କ୍ୱରେଣ୍ଟିନରେ ରହିଥିଲେ । ସେହିପରି ୨ଜଣ ପେଡ କ୍ୱରେଣ୍ଟାଇନରେ ରହିଥିବା ରହିଥିଲେ ।
ତେବେ ୮ ସ୍ଥାନୀୟ ସଂକ୍ରମିତ ହେଲେ ଦରଘା ବଜାରର ୩୭ ବର୍ଷୀୟ ବ୍ୟକ୍ତି, ମାଲଗୋଦାମ ବେହେରା ସାହିର ୫ ବର୍ଷର ବାଳକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ୨୧ ବର୍ଷୀୟ ଯୁବକ, ଶଙ୍କରପୁରର ୪୨ ବର୍ଷୀୟ ବ୍ୟକ୍ତି, ଓଡିଆବଜାରର ଜଣେ ୫୦ ବର୍ଷୀୟା କରୋନା ଯୋଦ୍ଧା , ତୁଳସୀପୁରର ଜଣେ ୩୩ ବର୍ଷୀୟ ଯୁବକ ଓ ଓଡିଆ ବଜାରର ୧୨ ବର୍ଷୀୟ ଯୁବକ ଓ ୮୮ ବର୍ଷୀୟା ମହିଳା ।
ସୂଚନାଯୋଗ୍ୟ, କଟକ ସହରରେ ଏବେସୁଦ୍ଧା ୬୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୬ ଜଣ ସୁସ୍ଥ ହୋଇଛନ୍ତି । ୮ ଜଣ ପ୍ରାଣ ହରାଇଥିବା ବେଳେ ୩୬୭ଟି ସକ୍ରିୟ କେସ୍ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0