ଗୋଆ: ଇଣ୍ଡିଆନ ସୁପରଲିଗରେ ଖେଳାଯାଇଥିବା ବଙ୍ଗୋଲୋର ଏଫସି ବିପକ୍ଷ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ଫଳରେ ଉଭୟ ଦଳ ସମାନ ପଏଣ୍ଟ ହାସଲ କରିଛନ୍ତି । ତେବେ ଓଡିଶା ଏଫସିର ଡିଏଗୋ ମୌରିସିଓ ୮ମ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ଅନ୍ୟପଟେ ବିପକ୍ଷ ଦଳର ଏରିଲ ପାରଟାଲୁ ୮୨ତମ ମିନିଟରେ ହେଡର ଜରିଆରେ ମ୍ୟାଚକୁ ବରାବା ସ୍ଥିତିକୁ ନେଇ ଆସିଥିଲେ । ମ୍ୟାଚରେ ଡାନିଏଲ ଲାଲିମପୁଇଆ, ସୁନୀଲ ଛେତ୍ରୀ ଓ କ୍ରିଷ୍ଟିଆନ ଅପସେଠ ସୁଯୋଗମାନ ସୃଷ୍ଟି କରିଥିଲେ । ଅନ୍ୟପଟେ ଓଡିଶା ଏଫସିର ଆକାଶଦୀପ ସିଂହ ଓ ବାଙ୍ଗାଲୋର ଏଫସିର ଗୁରୁପ୍ରୀତ ମ୍ୟାଚରେ ଚମକ୍ରାର ଗୋଲ ରକ୍ଷଣ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0