ଭୁବନେଶ୍ୱର: ପୁଣି ବଢ଼ିଲା ତେଲ ଦର। ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଗତ କିଛି ହେବ ଲଗାତର ତୈଳ ଦର ବୃଦ୍ଧି ଚାଲିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି। ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ପାର ହୋଇଛି। ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପ୍ରତି ଦର ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୬ ଟଙ୍କା ୩୬ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ରାଉରକେଲାରେ ପେଟ୍ରୋଲ ୮୭ ଟଙ୍କା ୩୮ ପଇସା ଏବଂ ଡିଜେଲ ୮୩ ଟଙ୍କା ୬୫ ପଇସା ହୋଇଛି। ଏପଟେ ତେଲ ଦରର ଏଭଳି ବୃଦ୍ଧି ଦେଖି ଗ୍ରାହକ ଛାନିଆ ହୋଇଯାଇଛନ୍ତି । ଇଣ୍ଡିଆନ ଅଏଲର ୱେବସାଇଟ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0