ଭୁବନେଶ୍ୱର: ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢ଼ାଞ୍ଚା। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପରିବର୍ତ୍ତନ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ ପଡିବ। ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ। ମଲ୍ଟିପୁଲ ଚଏସରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କର ରହିବ। ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୫ ମାର୍କ ଲେଖାଏଁ ରହିବ। ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0