ପାଟଣା: ମାଛ ଜାଲରେ ଫସିଗଲା ଅଜଗର । ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡିଲେ ବନ ବିଭାଗ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ବୈତରଣୀ ନଦୀରୁ ଉଦ୍ଧାର ହୋଇଥିଲା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ବୈତରଣୀ ନଦୀରୁ ୬ ଫୁଟର ଅଜଗର ସାପକୁ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡିଛି ବନ ବିଭାଗ । ନଦୀରେ ମାଛ ମାରିବା ପାଇଁ ବସାଯାଇଥିବା ଜାଲରେ ସାପଟି ଲାଗି ରହିଥିଲା । କିଛି ଲୋକ ଜାଲରେ ସାପଟି ଫସି ରହିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ଜାଲକୁ କାଟି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବଣ ମହୁଲଡିହା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛାଡି ଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0