ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର। ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବାର ସୂଚନା ମିଳିଛି। ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର। ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ଏଥିରେ ୬୦ କିଲୋ ପର୍ୟ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0