ବାଙ୍ଗାଲୋର: ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ତଥା ବିଗବସ ପ୍ରତିଯୋଗୀ ଜୟଶ୍ରୀ ରାମାୟା ଆତ୍ମହତ୍ୟା କରିଛନ୍ତି । ବାଙ୍ଗାଲୋରସ୍ଥିତ ତାଙ୍କ ବାସଭବନରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ତେବେ ଅଭିନେତ୍ରୀ ଜୟଶ୍ରୀ ରାମାୟା ବହୁ ଦିନ ଧରି ଡିପ୍ରେସନରେ ଥିବାର ସୂଚନା ମିଳିଛି । ଏନେଇ ପୂର୍ବ ବର୍ଷ ସୋସିଆଲ ମିଡିଆରେ ସେ ସଙ୍କେତ ମଧ୍ୟ ଦେଇଥିଲେ । ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଅନ୍ୟପଟେ ଆତ୍ମହତ୍ୟା କରିବା ପୂର୍ବରୁ ମଧ୍ୟ ତାଙ୍କର ଚକିତ୍ସା ଚାଲୁଥିଲା । ନିଜର ନିଖୁଣ ଅଭିନୟ ପାଇଁ ଫିଲ୍ମ ଜଗତରେ ବେଶ କମ ସମୟରେ ପରିଚୟ ସୃଷ୍ଟି କରିପାରିଥିଲେ ଜୟଶ୍ରୀ ରାମାୟା । ଅନ୍ୟପଟେ ତାଙ୍କର ମୃତୁ୍ୟ ଖବର ପାଇ ସମଗ୍ର ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0