ବଲିଉଡ ଅଭିନେତା ସୋନୁ ସୁଦ ପୁଣିଥରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ବ୍ଲଡ଼ ସ୍ଟେମ ସେଲ ରେଜିଷ୍ଟ୍ରେସନ ଓ ଡୋନେସନ ପ୍ରତି ସଚେତନତା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ଡିକେଏମଏସ୍ ବିଏମଏସଟି ଫାଉଣ୍ଡେସନ୍ ଇଣ୍ଡିଆ ସହ ହାତ ମିଳାଇଛନ୍ତି। ଏହି ଫାଉଣ୍ଡେସନ୍ ବ୍ଲଡ୍ କ୍ୟାନ୍ସର୍ ଓ ରକ୍ତ ସମ୍ବନ୍ଧୀୟ ଅନ୍ୟ ରୋଗ ଯେପରିକି ଥାଲାସେମିଆ ଓ ଏପ୍ଲାସ୍ଟିକ୍ ଏନିମିଆ ବିରୋଧରେ ଲଢ଼ିବାକୁ ସମର୍ପିତ। ସୋନୁ ସୁଦ୍ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି ଯାହାଦ୍ୱାରା ସମ୍ଭବତଃ ୧୦ ହଜାର ଭାରତୀୟ ବ୍ଲଡ୍ ସ୍ଟେମ୍ ସେଲ୍ ଦାତା ଭାବେ ପଞ୍ଜିକୃତ ହେବେ। ସୋନୁ ସୁଦ୍ ଲୋକଙ୍କୁ ସଚେତନ କରିବାକୁ ଏକ ଭିଡିଓ ମାଧ୍ୟମରେ ଅପିଲ କରିଛନ୍ତି। ଭିଡିଓରେ ସେ ଦେଶବାସୀଙ୍କୁ ବ୍ଲଡ୍ ସ୍ଟେମ୍ ସେଲ୍ ଡୋନର୍ସ ଭାବେ ପଞ୍ଜିକୃତ ହୋଇ ବ୍ଲଡ୍ କ୍ୟାନ୍ସର ଓ ବ୍ଲଡ୍ ଡ଼ିସଅର୍ଡର ରୋଗୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0