spot_img

ବଦ୍ରିନାଥଙ୍କୁ ମିଳିଗଲା ଦୁଲହନିଆ

ହାତକୁ ଦି ହାତ ହେଲେ ହ୍ୟାଣ୍ଡସମ ହିରୋ ବରୁଣ ଧୱନ। ପିଲା ଦିନର ସାଥୀ ନତାଶା ଦଲାଲଙ୍କ ହାତ ଧରିଲେ ଚକୋଲେଟ ବୟ ବରୁଣ। ହିନ୍ଦୁ ରିତୀନିତି ଅନୁସାରେ ରବିବାର ଉଭୟଙ୍କ ହାତଗଣ୍ଠି ପଡିଛି। ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଛନ୍ତି ବରୁଣ-ନତାଶା। ମୁମ୍ବାଇର ଆଲିବାଗରେ ଲାଭିସ୍ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରିବାର ବର୍ଗ ଏବଂ ଘନିଷ୍ଠ ବନ୍ଧୁ ବାନ୍ଧବଙ୍କ ଗହଣେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ବିବାହ ସରିବା ପରେ ସାମ୍ନାକୁ ଆସିଛି ବରୁଣଙ୍କ ୱେଡିଂ ଫଟୋ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବରୁଣ ଓ ନତାଶାଙ୍କୁ ବିବାହ ଶୁଭେଚ୍ଛାର ସୁଅ ଛୁଟିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular