କଳାହାଣ୍ଡି: କଳାହାଣ୍ଡିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଟୋକିମରା ପର୍ବ ପାଳିତ । ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ଲାକୋଟ ଠାରେ ରେ ଏହାକୁ ପାଳନ କରାଯାଇଛି । ରୀତିନୀତି ଅନୁଯାୟୀ ଆଦିବାସୀଙ୍କ ଏହି ମହାନ ଟୋକୀମରା ପର୍ବ ପାଳିତ ହୋଇଯାଇଛି । ଏହି ପୁଜାରୁ ପ୍ରସାଦ ଆଣି ଭୂମିରେ ପୋତିଲେ ଫସଲ ଭଲ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ପର୍ବ ଜାନି ମାନଙ୍କ ଦ୍ୱାରା ଗୁରୁବାର ଠାରୁ ଗୁରୁପୂଜା ହୋଇ ଆରମ୍ଭ ହୋଇଥିଲା । ରବିବାର ଦିନ ପ୍ରାୟ ୩୬ ଖଣ୍ଡ ଗ୍ରାମର ଜାନି ପୁଜାରୀ ଓ ଶ୍ରଦ୍ଧାଳୁ ମାନେ ପାରମ୍ପାରିକ ଟାଙ୍ଗୀ, କଟୁରୀ, ଖଣ୍ଡା ଆଦି ଅସ୍ତ୍ରଶସ୍ତ୍ର ଧରି ପୁଜାସ୍ଥଳୀକୁ ପହଂଚିଥିଲେ । ବିଧି ଅନୁଯାୟୀ ଜାନି, ପୁଜାରୀ ମାନେ ସୁଚାରୁ ରୂପେ ପୁଜାକାର୍ଯ୍ୟ ସମ୍ପାଦକ କରିଥିଲେ । ପର୍ବ ଦେଖିବାକୁ ପ୍ରାୟ ୪ହଜାର ଲୋକଙ୍କ ସମାଗମ ହୋଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0