ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। ହିଂସା ସମୟର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କି ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମୁତୟନ ପୁଲିସ କର୍ମଚାରୀମାନଙ୍କୁ ଧକ୍କା ଦେଇ ଉଚ୍ଚ ସ୍ଥାନରୁ ତଳକୁ ଠେଲି ଦେଇଥିଲେ। ଏହି ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏକ ଭିଡିଓରୁ ଦେଖାଯାଇଛି, ଦଙ୍ଗାକାରୀମାନେ ପୁଲିସ କର୍ମଚାରୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଲାଠିରେ ପଟିବା ସହିତ ଲାଲକିଲାର ପ୍ରାଚୀର ଉପରୁ ୨୦ ଫୁଟ ତଳକୁ ଠେଲି ଦେଇଥିଲେ। ଅନେକ କର୍ମଚାରୀ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ସେହିପରି ଲାଲ୍କିଲା କ୍ୟାମ୍ପସ ଭିତରେ ସୁରକ୍ଷାକର୍ମୀମାନେ ଏକ କୋଣରେ ଫସିରହିଥିବାବେଳେ ଦଙ୍ଗାକାରୀମାନେ ସେମାନଙ୍କୁ ଠେଙ୍ଗାରେ ପିଟିଥିଲେ। ବାରିକେଡ୍କୁ ଭାଙ୍ଗି ପୁଲିସକୁ ପିଟିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0