ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସାକାଣ୍ଡ ପରେ କୃଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ ସିଂହ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇ ଆନ୍ଦୋଳନରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ ଆନ୍ଦୋଳନରୁ ଓହରୁଥିବା ଘୋଷଣା କରିଛନ୍ତି। ଅନ୍ୟପଟେ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଠାକୁର ଭାନୁ ପ୍ରତାପ ସିଂହ ମଧ୍ୟ ନିଜକୁ ଆନ୍ଦୋଳନରୁ ଓହରିବା ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ଗତକାଲି ଦିଲ୍ଲୀରେ ଘଟିଥିବା ଏହି ଘଟଣାରେ ଦୁଃଖି ଓ ମର୍ମାହତ। ନିଜ ସଂଗଠନର ୫୮ ଦିନର ଆନ୍ଦୋଳନ ସମାପ୍ତ କରୁଥିବା ସେ ଘୋଷଣା କରିଛନ୍ତି।



Visitors Today : 2
Total Visitors : 130435
Total Views : 9891966
Visitors Online Now : 0