spot_img

୩୦୦ ଲିଟର ମହୁଲି ଜବତ

ବାଣପୁର: ଆଜି ସକାଳେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦୦ ଲିଟର ମହୁଲି ଜବତ କରିବା ସହିତ ୨ ଜଣ ମହିଳାଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ଥାନା l ବାଣପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ମଦ ବେପାରୀ ମାନେ ପୋଲିସକୁ ଚାଲେଞ୍ଜ କରି ବିକ୍ରି କରି ଆସୁଥିଲେ l ଅବକାରୀ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବାରିକଙ୍କ ତତ୍ୱାବଧାନରେ ଆଜି ଏକ ଟିମ ଗଠନ କରାଯାଇ ଚଢ଼ାଉ ଆରମ୍ଭ କରିଥିଲେ l ଏହି ମହିଳା ମାନଙ୍କ ମଧ୍ୟରୁ ଜଣେ ବାଣପୁର ପୋଡ଼ାସାହି ର ମଞ୍ଜରୀ ଘଡ଼ାଇ ଥିବା ବେଳେ ଅନ୍ୟ ଜଣେ ହେଲେ ବାଣପୁର ଭୀମପୁର ର ପ୍ରତିମା ଦେଇ l ଏମାନଙ୍କ ନିକଟରୁ ୧୨୦ ଲିଟର ମହୁଲି ଜବତ ହୋଇଥିଲା ବେଳେ ଅବକାରୀ ପୋଲିସ କୁ ଦେଖି ଅନ୍ୟ ବେପାରୀ ମାନେ ସେଠାରୁ ଦୌଡ଼ି ପଳାଇଥିଲେ l ଯାହାର ପରିମାଣ ୧୮୦ ଲିଟର ଥିଲା l ସର୍ବମୋଟ ଜବତ ହୋଇଥିବା ମହୁଲି ର ପରିମାଣ ୩୦୦ ଲିଟର l ଏହି ମହିଳା ମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ବାଲୁଗାଁ ଅବକାରୀ ବିଭାଗ l

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular