ପୁରୀ: ରିଲରୁ ରିଅଲ ହିରୋ ସାଜିଥିବା ଅଭିନେତା ସବ୍ୟସାଚୀ ଆଉ ଏକ ମହତ କାମ ପାଇଁ ଉଦାହରଣ ସାଜିଛନ୍ତିି । ପୁରୀର ସତ୍ୟବାଦୀ ଅଞ୍ଚରେ ସତ୍ୟବାଦୀର ପଞ୍ଚସଖା ଗଢିଥିବା ବକୂଳବନକୁ ସଫା କରିବା ସହିତ ଏହାକୁ ସୁରକ୍ଷିତ ରଖିବାର ନିଆରା ପ୍ରୟାସ କରିଛନ୍ତି । ପଣ୍ଡିତ ଉକôଳମଣୀ ଗୋପବନ୍ଧୁ ଦାସଙ୍କ ନୀତି ଆଦର୍ଶରେ ଗଠିତ ଏବଂ ପଂଚସଖାଙ୍କ ପୁଣ୍ୟଆତôରେ ନିର୍ମିତ ବକୁଳ ବନ ବହୁ ଦିନରୁ ଅପରିଷ୍କାର ହୋଇ ପଡ଼ିଥିଲା । ଏହାକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଏହି ମହତ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଥମେ ସବ୍ୟସାଚି ସତ୍ୟବାଦୀର ଶାଖିଗୋପାଳ ମନ୍ଦିର ବୁିଲି ମା’ ରାଧାରାଣୀଙ୍କୁ ଦର୍ଶନ କରିବା ସହିତ ପ୍ରଭୁ ସାଖିଗୋପୀନାଥଙ୍କ ଆର୍ଶିାବାଦ ନେଇଥିଲେ । ପରେ ଅନେକ ସତ୍ୟବାଦୀ ଯୁବକ ଏବଂ ସ୍ୱଚ୍ଛାସେବୀ ସଂଗଠନ ସହିତ ପୁରୀରୁ ଆସିଥିବା ମଠ ମହନ୍ତ ଓ ପଣ୍ଡିତ ମାନେ ସବ୍ୟସଚୀଙ୍କୁ ଫୁଲତୋଡ଼ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ବକୁଳ ବନରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବୃକ୍ଷରୋପଣ ଏବଂ ସଫେଇ କାର୍ଯ୍ୟ ଶେଷ ହୋଇଥିଲା । ଅଭିନେତା ତଥା ସମାଜସେବୀ ସବ୍ୟସଚୀଙ୍କ ଆହ୍ୱାନ କର୍ମେ ବହୁ ବ୍ୟକ୍ତି ଯୋଗ ଦେଇ ଏହି ସଫେଇ କାର୍ଯ୍ୟ କରିଥିଲେ । ଏହି ନିଆରା କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0