କଲିକତା: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ମମତାଙ୍କ ଆଚରଣ ଦିନକୁ ଦିନ ବଦଳିବାରେ ଲାଗିଛି । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଯେଉଁଭଳି ପ୍ରଦର୍ଶନ କରାଗଲା ତାକୁ ଆୟତ୍ତ କରିବାକୁ ପୁଲିସ ବିଫଳ ହେଲା । ଫଳରେ ପରିସ୍ଥିତି ଏକ ପ୍ରକାର ହିଂସାର ରୂପ ନେଲା । ଯଦି ଏହା ପଶ୍ଚମବଙ୍ଗରେ ହୋଇଥାନ୍ତା ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥାନ୍ତେ ‘କଣ ହେଲା ମୁଁ ଏହାର କଡା ନିନ୍ଦା କରୁଛି’ । ମମତାଙ୍କ ମତ ହେଲା ମୁଁ ଚାହୁଁଛି କେନ୍ଦ୍ର ସରକାର ୩ଟି କୃଷି ଆଇନକୁ ଫେରାଇ ନିଅନ୍ତୁ ନଚେତ ଆସନ ଛାଡନ୍ତୁ । ଅନ୍ୟପଟେ ମମତା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରସ୍ତାବ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0