କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ବର୍ଷାଙ୍କ ପକ୍ଷରୁ ହୋଇଥିବା ଘରୋଇ ହିଂସା ମାମଲାର ଶୁଣାଣି ଆଜି କଟକ ଏସଡିଜେଏମ କୋର୍ଟରେ ହୋଇଛି । ଏହି ମାମଲାରେ କୋର୍ଟ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ନିର୍ଦ୍ଦେଶନାମା କରିବେ । ବର୍ଷା ଘରୋଇ ହିଂସା ନେଇ ରାଜ୍ୟ ମହିଳା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ପକ୍ଷରୁ ଦାଏର ମାମଲାରେ ମହିଳା କମିଶନ ଅନୁଭବ ଓ ତାଙ୍କ ବାପାମାଆଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ । ଅନୁଭବ ହାଜର ହୋଇଥିବା ବେଳେ ଆସିନଥିଲେ ଅନୁଭବଙ୍କ ବାପାମାଆ । ଅନ୍ୟପକ୍ଷେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି । ଅନ୍ୟପକ୍ଷେ କଟକ ସ୍ଥିତ ନନ୍ଦିସାହି ବାସଭବନରେ ବର୍ଷାଙ୍କ ରୁମର ଅନୁଭବ ସହଯୋଗୀ ସହ ପାଟିତୁଣ୍ଡ କରିବା ଏବଂ ଭିଡିଓ ଉତ୍ତୋଳନ କରିବା ନେଇ ବର୍ଷା ଅଭିଯୋଗ କରିଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0