ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଉପଦ୍ରବ ପରେ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେବାକୁ ଲାଗିଛି। ହିଂସା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ କିଛି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଗୁରୁବାର ଦିନ ମେଟ୍ରୋ ସେବା ସମ୍ବନ୍ଧରେ ନୂଆ ଅପଡେଟ ଜାରି କରିଛନ୍ତି। ନୂଆ ଅପଡେଟ୍ ଅନୁସାରେ, ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ଷ୍ଟେସନରେ ଯାତ୍ରୀ ନା ପ୍ରବେଶ କରିପାରିବେ ନା ବାହାରକୁ ଯାଇପାରିବେ। ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ପ୍ରବେଶ ନିଷେଧ କରାଯାଇଛି। ଯାହାଫଳରେ ସକାଳୁ ସକାଳୁ ଅଫିସ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0