ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଜଣେ ମିଥ୍ୟା ପରିଚୟ ସୃଷ୍ଟି କରି ଝିଅଙ୍କୁ ବ୍ୟାକମେଲ କରୁଥିବା ଯୁବକକୁ ଧରିଛି ପୁଲିସ । ଅଭିଯୁକ୍ତର ନାମ ବିନୀତ ମିଶ୍ର ବୋଲି ଜଣାପଡିଛି । ସେ ଲକ୍ଷ୍ନୌ ଥାନା ଅନ୍ତର୍ଗତ ପିଜିଆଇ କ୍ଷେତ୍ରରେ ଭଡାରେ ରହୁଥିବାର ସୂଚନା ମିଳିଛି । ଅଭିଯୋଗ କ୍ରମେ ସେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଫେକ ଝିଅ ପ୍ରୋଫାଇଲ ବନାଇ ଝିଅମାନଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲା । ଏହା ପରେ ତାଙ୍କ ସହ ଅଶ୍ଲୀଳ କଥାବାର୍ତ୍ତା କରୁଥିଲା । ପରେ ଉଭୟଙ୍କର ଅଶ୍ଲୀଳ ଚାଟକୁ ସୋସିଆଲ ମିଡିଆରେ ସଂପୃକ୍ତ ଝିଅଙ୍କ ଫୋଟ ସହ ଭାଇରାଲ କରିବାର ଧମକ ମଧ୍ୟ ଦେଉଥିଲା । ଡିସିପିଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝିଅଙ୍କ ଅଶ୍ଳୀଳ ଚାଟକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା । ସେ ଏଭଳି ବାରମ୍ବାର କରି ଝିଅମାନଙ୍କୁ ବ୍ଲାକମେଲ କରୁଥିଲା । ଅନ୍ୟପଟେ ସେ ପେଟିଏମ ଜରିଆରେ ଝିଅ ମାନଙ୍କୁ ପଇସା ମାଗୁଥିବାର ସୂଚନା ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0