ଚାଷୀଙ୍କ ସମର୍ଥନରେ କାଲିଠୁ ଆମରଣ ଅନଶନ କରିବେ ଆନ୍ନା ହଜାରେ । ମହାରାଷ୍ଟ୍ରର ଅହମଦନଗରରେ ଏହି ଅନଶନ ଆରମ୍ଭ କରିବେ । ଏଥିସହ ସେ ନିଜର ସମର୍ଥକମାନଙ୍କୁ ମଧ୍ୟ ଅନଶନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ୮୪ ବର୍ଷୀୟ ଆନ୍ନା କହିଛନ୍ତି ବିଗତ ୪ବର୍ଷ ହେଲାଣି ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ପାଇଁ ମୁଁ ଆନେ୍ଦାଳନ କରୁଛି । ଏବେ ଲାଗୁଛି ସରକାର ଚାଷୀଙ୍କ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଉନାହାଁନ୍ତି । ଏଥିସହ ଆନ୍ନା ଏହା ମଧ୍ୟ କହିଛନ୍ତି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହଁନ୍ତି । ଗତ ୩ମାସ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ୫ଥର ଚିଠି ଲେଖିସାରିଛି । ସରକାରଙ୍କ ପ୍ରତିନିଧିମାନେ ଦାବି ଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି । ହେଲେ ଦାବି ମୁତାବକ ଏଯାଏ କୌଣସି ଫଳାଫଳ ମିଳିପାରିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0