ଢେଙ୍କାନାଳ: କମ୍ପାନୀ ପରିସରରେ ଦନ୍ତା ହାତୀ ଆତଙ୍କ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଝାଡ଼ବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଏକ ଦନ୍ତା ହାତୀ ପଶି ଯାଇଥିଲା । ଦ୍ୱି ପହରରେ ହାତୀଟି କମ୍ପାନୀ ପରିସରରେ ପଶିଥିବା ବେଳେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ । ଦନ୍ତା ହାତୀକୁ ଦେଖି ଭୟଭୀତ ହୋଇ ପଡ଼ିଥିବା ଶ୍ରମିକ ଓ କର୍ମଚାରୀ ଏଣେ ତେଣେ ଧାଇଁବାରେ ଲାଗିଥିଲେ । ହିନ୍ଦୋଳ ବନ ବିଭାଗ ଅଧିକାରୀ କମ୍ପାନୀ ପରିସରରୁ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଛନ୍ତି । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0