ନୟାଗଡ: ଭାପୁର ଖେଳପଡିଆରେ ପ୍ରଦର୍ଶନୀ କ୍ରିକେଟ ଟୁର୍ଣ୍ଣାମେଟରେ ଫାଇନାଲରେ ଭାପୁର ବ୍କକ ରିପୋର୍ଟର ରାଇଡର୍ସ କ୍ଲବ। ଆଜି ଉଦଘାଟିତ ମ୍ୟାଚରେ ଭାପୁର ବ୍କକ ରିପୋର୍ଟର ରାଇଡର୍ସ ସହିତ ଭାପୁର ବ୍କକ ରିଜିଓନାଲ ଟାଇଗର କ୍ଲବ ସହିତ ଅନୁଷ୍ଠିତ ହୋଇଥିଲା । ଉଦଘାଟିତ କରିଥିଲେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନୟାଗଡ ଜିଲ୍ଲାର ସମାଜ ପ୍ରତିନିଧି ରବି କୁମାର ପଟ୍ଟନାୟକ। ପ୍ରଥମେ ଟସ ଜିତି ରିପୋର୍ଟର ରାଇଡର୍ସ ବ୍ୟାଟିଂ କରି ଦ୍ରୃତଗତିରେ ୨୦ ଓଭରରେ ୮ ଉଇକେଟ ହରାଇ ବିଶାଳ ୧୬୭ ରନ କରିଥିଲା । ଜବାବରେ ରିଜିଓନାଲ ଟାଇଗର ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ କରି ପରାଜିତ ହୋଇଥିଲା । ରିପୋର୍ଟର ରାଇଡର୍ସ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଆମ ବିଜୟୀ ଦଳର ଶୁଦ୍ଦାଶୁ କୁମାର ସ୍ୱାଇଁ ୪୭ ବଲରେ ୮୭ ରନ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ସୁଶାନ୍ତ କୁମାର ସାହୁଙ୍କ ଠାରୁ ଗ୍ରହଣ କରିଥିଲେ। ରିପୋର୍ଟର ରାଇଡର୍ସର ରଞ୍ଜନ କୁମାର ମହାପାତ୍ରଙ୍କ ଅଧିନାୟକ ନେତୃତ୍ୱରେ ଶୁଭେନ୍ଦ୍ର କୁମାର ପଟ୍ଟନାୟକ,ସପ୍ସଗ୍ରାମ କେଶରୀ ପଟ୍ଟନାୟକ,ରମେଶଚନ୍ଦ୍ର ବରାଡ,ପ୍ରଭାତ କୁମାର ବରାଡ,ପ୍ରଭାତ ରାଉତ,ନାରାୟଣ ବରାଡ ତପନ ଦଳେଇ,ବିରଞ୍ଚି ନାୟକ,ଶିଶିର ସାହୁ ଆଲୋକ ସାମନ୍ତରାୟ,ମହେଶ୍ବର ,ସୋମନାଥ ମ୍ୟାଚ ଖେଳିଥିଲେ । ଧାରାବିବରଣୀ ପ୍ରଦାନ କରିଥିଲେ ବିଜୟ କୁମାର ସାମନ୍ତରାୟ। ଆସନ୍ତାକାଲି ଭାପୁର ବ୍କକ ଟିଚର୍ସ ଆଡଭେଞ୍ଚର୍ସ ସହିତ ଭାପୁର ବ୍କକ ରୁରାଲ ୱରିୟର୍ସ କ୍ରିକେଟ କ୍ଲବ ସହିତ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ଶିକ୍ଷକ ନେତା ନିରଞ୍ଜନ ଦଳବେହେରା ଆୟୋଜନ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0