ମହାରାଷ୍ଟ୍ରରେ ପୁଣି ବଡ଼ିଲା ଲକଡ଼ାଉନ ଅବଧି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣିଥରେ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲକଡ଼ାଉନ ଅବଧିକୁ ବଢ଼ାଇଛନ୍ତି । ପୂର୍ବରୁ ଥିବା ସମସ୍ତ କଟକଣା ଏଥିରେ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନ ବଢ଼ୁ ଥିବାରୁ ଏହା ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ କେନ୍ଦ୍ର ଓସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0