ରାଜନଗର: ରାଜନଗର ଥାନା ଝାଡ଼କଟା ଗାଁରେ ଅଗ୍ନିକାଣ୍ଡ । ଅଗ୍ନକାଣ୍ଡରେ ଦୁଇ ବଖରା ଘର ସମେତ ଗୁହାଳ ଘର,୪ଟି ଗାଈ ଓ ଗୋଟିଏ ବାଛୁରୀ ଜୀବନ୍ଦ ଦଗ୍ଧ । ଗ୍ରାମର ପଞ୍ଚାନନ ରାଉତ ଏବଂ ବଟକୃଷ୍ଣ ରାଉତଙ୍କ ଗୁହାଳ ଘରେ ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିବାରୁ କେହି କିଛି ଜାଣିବା ଆଗରୁ ସବୁକିଛି ଛାରକାର ହୋଇଯାଇଥିଲା । ଆଖପାଖ ଲୋକ ଗୁହାଳ ଘର ଜଳୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଗାଈ ଗୁଡିକୁ ବଞ୍ଚାଇବାକୁ ଯାଇ ପଞ୍ଚାନନଙ୍କ ପୁଅ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0