କଟକ: ସୁବାସ ଘିଅର ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କଲା ଜଗତପୁର ପୋଲିସ । ନକଲି ଘିଅ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେଲା ପୋଲିସ ଖୋଜୁଥିବା ବେଳେ ତାଙ୍କୁ ଆଜି ଗିରଫ କରିଛି । ଗତ କିଛି ଦିନ ହେଲା କଟକରେ ନକଲି ସାମଗ୍ରୀ ଉପରେ ପୋଲିସ ଚଢଉ ଜାରି ରଖିଥିଲା ।ତେବେ ଅନ୍ୟମାନେ ଲୁଚାଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାସ ଘିଅ ଏକ ଲୋକାଲ ବ୍ରାଣ୍ଡ ପାଲଟିଯାଇଥିଲା । ଏପରିକି ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ମଧ୍ୟ ପ୍ରସାରଣ କରୁଥିଲା ସଂସ୍ଥା । ତେଣୁ ଲୋକେ ସୁବାସ ଘିଅକୁ ଅସଲି ମନେକରି ଅତି ଆଗ୍ରହରେ କିଣିନେଉଥିଲେ । ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ବିକ୍ରି କରୁଥିଲା ସଂସ୍ଥା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0