ଦୁବାଇ: ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ୬ଷ୍ଠ ସ୍ଥାନକୁ ପଦୋନ୍ନତି ପାଇଛନ୍ତି ଚେତେଶ୍ୱର ପୂଜାରା । ଏହା ସହ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନ ତାଲିକାରେ ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ସହ ଅଜିଙ୍କ୍ୟ ରାହାନେ ୮ମ ସ୍ଥାନରେ ରହିଛନ୍ତି । ତେବେ ପୂଜାରାଙ୍କର ଗୋଟିଏ ସ୍ଥାନ ପଦୋନ୍ନତି ଘଟିଥିବାବେଳେ ୱିକେଟ କିପର ରିଷବ ପନ୍ତ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପୂର୍ବଭଳି ୧୩ ତମ ଓ ୧୮ ତମ ସ୍ଥାନରେ ରହିଛନ୍ତି । ବୋଲିଂ ବିଭାଗରେ ଭାରତୀୟଦଳର ଚାଣକ୍ୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ନବମ ସ୍ଥାନରେ ରହିଛନ୍ତି ଯଶପ୍ରୀତ ବୁମରା । ଅନ୍ୟପଟେ ବ୍ୟାଟିଂ ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ତୃତୀୟ ସ୍ଥାନରେ ମାନର୍ସ ଲାବୁସେନ ରହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0