spot_img

ମୋଦିଙ୍କ ‘ମନ୍ କି ବାତ୍’

ମୋଦିଙ୍କ ‘ମନ କି ବାତ’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । ୭୩ତମ ମନ କି ବାତ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି । ସେହିପରି ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆ ଗାବା ବିଜୟକୁ ନେଇ ଭାରତୀୟ ଯୁବ କ୍ରିକେଟ ଟିମକୁ ସାଧୁବାଦ ଜଣାଇଛନ୍ତି ମୋଦି । ସେ କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଯାହା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିବ । ଦେଶ ଏଭଳି ଗୌରବର ବିଜୟକୁ କେବେ ଭୁଲିପାରିବ ନାହିଁ । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି। ବ୍ରିଟେନରେ ୩୬ ଦିନ ଏବଂ ଆମେରିକାରେ ୧୮ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular