ଭୁବନେଶ୍ବର : ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଆସନ୍ତା ମାର୍ଚ୍ଚରେ ପ୍ରଦାନ କରାଯିବ। ଏଥିପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଣି ଥରେ ‘କାଳିଆ’ ଟଙ୍କା ଦିଆଯିବ, କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ତୃତୀୟ କିସ୍ତି ଅର୍ଥ ପ୍ରଦାନ ବେଳେ ପିଏମ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି। ସୂଚନା ଅନୁସାରେ, ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଜନାରେ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସରକାର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପିଏମ କିଷାନ ସହାୟତା ଅର୍ଥ ସହିତ ‘ଟପ ଅପ’ ଭଳି ପ୍ରଦାନ କରିବେ। ଏହାଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ କମପଡ଼ିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0