spot_img

କୃଷି ଆଇନ ରଦ୍ଦକୁ ନେଇ ସରକାରଙ୍କୁ ପ୍ରଶ୍ନ କଲେ ଏହି ଚାଷୀ ନେତା

ନୂଆଦିଲ୍ଲୀ: ଭାରତୀୟ କିଶାନ ୟୁନିୟନର ନେତା ରାକେଶ ଟିକାୟତ କୃଷି ଆଇନ ରଦ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ସରକାର କୃଷି ଆଇନ୍କୁ ଫେରେଇ ନନେବାର କାରଣ କଣ କୃଷକ ମାନଙ୍କ ଆଗରେ କୁହନ୍ତୁ । ଆମେ ଏଥିପାଇଁ ଦୁନିଆ ସାମ୍ନାରେ ସରକାରଙ୍କ ମୁଣ୍ଡ ନଇଁବାକୁ ଦେବୁ ନାହିଁ ବୋଲି ପ୍ରତିଜ୍ଞା କରୁଛୁ ବୋଲି ସେ କହିଛନ୍ତି। ଏହା ସହ ସେ କହିଛନ୍ତି, ସରକାର ତାଙ୍କର ମତ କୃଷକଙ୍କୁ ନିଦ୍ୱନ୍ଦରେ ଜଣାଇ ପାରନ୍ତି । ଆମେ ପଞ୍ଚାୟତିରାଜ ଉପରେ ବିଶ୍ୱସ କରି ବଞ୍ଚୁଥିବା ଲୋକ । ଆମେ କେବେବି ସରକାରଙ୍କ ମୁଣ୍ଡ ଦୁନିଆ ସାମ୍ନାରେ ନଇଁବାକୁ ଦେବୁ ନାହିଁ । ସରକାରଙ୍କ ସହିତ ଆମର ବିଚାରଧାରାକୁ ନେଇ ଲଢ଼େଇ ଜାରି ରହିଛି । ଏହି ଲଢ଼େଇ ଲାଠି, ବନ୍ଧୁକ ବ୍ୟବହାର କରି ଲଢ଼ା ଯାଇ ପାରିବ ବା ଏହାଦ୍ୱାରା ପରିସ୍ଥିତିକୁ ଦବାଇ ଦିଆଯାଇ ପାରିବ । ହେଲେ କୃଷକମାନେ ଏହା କରିବେ ନାହିଁ । କୃଷକମାନେ ସେବେ ଘରକୁ ଫେରିବେ ଯେବେ ସରକାର ଏହି ଆଇନ୍କୁ ଉଠାଇନେବେ ବୋଲି ଟିକାୟତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular