ବଲାଙ୍ଗୀର: ଅବ୍ୟବସ୍ଥା ଘେରରେ ବଲାଙ୍ଗୀର ବସ ଷ୍ଟାଣ୍ଡ। ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧୫୦ରୁ ଊର୍ଦ୍ଧ୍ବ ବସ ଏଠାରୁ ଯାତାୟତ କରିଥାଏ। ହେଲେ ବସ ଷ୍ଟାଣ୍ଡର ସ୍ଥିତି ସଂଗୀନ। ବର୍ଷା ଦିନ ହେଉ କିମ୍ବା ଖରାଦିନ ଏଠାରୁ ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏ ସହ କୁଢ଼ କୁଢ଼ ଅଳିଆ ଆବର୍ଜନା ବସ ଷ୍ଟାଣ୍ଡରେ ପଡି ରହିଛି। ଏଭଳି ପରିବେଶରେ ଯାତ୍ରୀମାନେ ବସ ଷ୍ଟାଣ୍ଡରୁ ଯାତାୟତ କରିଥାଆନ୍ତି। ସେପଟେ ନୂଆ ବସ ଟର୍ମିନାଲ ଅପେକ୍ଷାରେ ଯାତ୍ରୀମାନେ। କରୋନା କଟକଣା ପରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ଏଠାକାର ସ୍ଥିତି ବିପର୍ୟ୍ୟୟ ହୋଇପଡିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ପ୍ରେକ୍ଷାଳୟ, ଶୌଚାଳୟ, ପରିଶ୍ରାଗାର ସବୁକିଛି ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି। ବସରେ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ନାହିଁ ସୁବିଧା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0