ରାଉରକେଲା: ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା ବି କରିଛନ୍ତି। ଭାଗ୍ୟଶ୍ରୀ ବିନା ତାଲିମରେ ପଥର, କାଚ ବୋତଲ, ବଲ୍ବରେ ଚିତ୍ର ଆଙ୍କୁଛନ୍ତିକ୍ଷ ତାଙ୍କ ତୂଳୀ ସ୍ପର୍ଶରେ କଥା କହୁଛି ନିର୍ଜୀଵ ପଦାର୍ଥ କ୍ଷ ରାଜ୍ୟ ବାହାରେ ଏହି କଳାର ବହୁତ ଚାହିଦା ରହିଛି ବୋଲି ସେ କହନ୍ତି। ତାଙ୍କ ଦ୍ୱାରା ଅଙ୍କିତ ଜଗନ୍ନାଥଙ୍କ ବିଭିନ୍ନ ବେଶ, ରାଧାକୃଷ୍ଣ, ଶିଵ ପାର୍ବତୀ ପ୍ରତିକୃତିର ବେଶ ଚାହିଦା ରହିଛି। ଦୁଇ ବର୍ଷ ପୂର୍ବରୁ ସେ ପୁରୀ ଜିଲ୍ଲାର ରଘୁରାଜପୁର ଏହି ସବୁ ଚିତ୍ର ଦେଖିବା ପରେ ପଟ୍ଟଚିତ୍ର ଆଙ୍କିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବିଟେକ ପରେ ଢେଙ୍କାନାଳରେ ଏମ ଟେକ ପଢ଼ିବା ପରେ ତାଙ୍କୁ ଏହି କାମ କରିବାକୁ ବହୁତ ସମୟ ମିଳିଥିଲା। ରାଉରକେଲାର ବିଭିନ୍ନ ନଦୀକୁ ଯାଇ ପଥର ସଂଗ୍ରହ କରି ସେଥିରେ ଚିତ୍ର ଆଙ୍କୁଥିଲେ। ଭାଗ୍ୟଶ୍ରୀ ପରିବାର ସହ ସେକ୍ଟର-୧୯ ରେ ରହନ୍ତି। ତାଙ୍କ ପିତା କାର୍ତ୍ତିକ ସାହୁ ପୁଲିସ ବିଭାଗରେ କାମ କରନ୍ତି। ମା ବାସନ୍ତି ସାହୁ ଜଣେ ଗୃହିଣୀ। ଉପଯୁକ୍ତ ତାଲିମ ପାଇଲେ ଭଲ ପଟ୍ଟଚିତ୍ର ଶିଳ୍ପୀ ହୋଇପାରିବି ବୋଲି କହନ୍ତି ଭାଗ୍ୟଶ୍ରୀ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0