ଭୁବନେଶ୍ୱର : ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛି। ଦୀର୍ଘ ମାସ ପରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ହେଲେ କରୋନା ମହାମାରୀ କଟକଣା ଭିତରେ ଏହା ଖୋଲାଯିବ।
ରାଜ୍ୟ ସରକାରଙ୍କ ଫେବୃଆରି ଗାଇଡ ଲାଇନ୍ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲୁଛି। କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖା ଦେଲେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନି ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ । ସେହିପରି ପ୍ରାଥମି ସ୍କୁଲ ଖୋଲିବା ନେଇ ମଧ୍ୟ ଏସ୍ଓପି ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ବୈଷୟିକ ଶିକ୍ଷା ବିଭାଗର ଅନୁମତି ନେଇ ଇଂଜିନିଅରିଂ କଲେଜ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇ ପାରିବେ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0