spot_img

ଭିଜିଲାନ୍ସ ଜାଲରେ ଅବକାରୀ ସବ୍-ଇନ୍ସପେକ୍ଟର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଥିବା ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି । ବେଲପାହାଡ ଅବକାରୀ ଅଫିସ, ସମ୍ବଲପୁରର କଲ୍ୟାଣୀ ନଗର, ଅବକାରୀ ଇଆଇବି ଅଫିସ, ଗୋବିନ୍ଦତୋଲାରେ ଭିଜିଲାନ୍ସର ୪ଟି ଟିମ୍ ଏକାସାଙ୍ଗରେ ଚଢାଉ ଜାରି ରଖିଛନ୍ତି । ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular