ବାଲୁଗାଁ: ଚିଲିକା ନଳବଣକୁ ବୁଲିବାକୁ ଯାଇ ପାଣି ମଧ୍ୟରେ ଅଟକି ରହିଥିବା ଏକ ଯାତ୍ରୀବାହୀ ଡଙ୍ଗାକୁ ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରାଯାଇଛି । ଉକ୍ତ ଡଙ୍ଗାରେ ୧୭ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ସୋରଣ ଅଞ୍ଚଳର ୧୭ ଜଣ ଯାତ୍ରୀ ଗତକାଲି ଏକ ଡଙ୍ଗାରେ ନଳବଣ ବୁଲିବାକୁ ଯାଇଥିଲେ। ମାତ୍ର ନଳବଣରେ ଇଞ୍ଜିନ ବନ୍ଦ ହୋଇଯିବା ଯୋଗୁଁ ଡଙ୍ଗାଟି ଫସି ରହିଥିଲା। ଡଙ୍ଗା ଫସିଯିବା ଖବର ମିଳିବା ପରେ ଅନ୍ୟ ୨ଟି ଡଙ୍ଗା ଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଅନ୍ଧାର ଥିବାରୁ ବହୁ ସମୟ ଖୋଜାଖୋଜି ପରେ ଉଦ୍ଧାରକାରୀ ଟିମ ଡଙ୍ଗା ଠାବ କରିଥିଲେ । ଦୀର୍ଘ ୬ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ଦୁଇଟି ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0