spot_img

ରାସ୍ତା କଡରୁ ନବଜାତକକୁ ଉଦ୍ଧାର 

କନ୍ଧମାଳ :  ଫୁଲବାଣୀ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରେ ନବଜାତ ଶିଶୁ ପୁତ୍ରଟି ପଡିଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ଚାଇଲ୍ଡ ଲାଇନକୁ ଏ ନେଇ ଖବର ଦିଆଯାଇଥିଲା । ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଅନୁପ କୁମାର ସାହୁ, ଚିକୁନ କୁମାର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କାନ୍ଦୁଥିବା ଅବସ୍ଥାରେ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ ।

ଶିଶୁଟିକୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଏବେ ଏସଏନସିୟୁରେ ଚିକିତ୍ସାଧୀନ ରହିଛି । ତାର ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ନବଜାତକ ଶିଶୁ ପୁତ୍ରକୁ କିଏ ଏବଂ କାହିଁକି ଏଠାରେ ପକାଇ ଦେଇଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଶିଶୁର କାନ୍ଦ ଶୁଣି ସ୍ଥାନୀୟଲୋକେ ଚାଇଲ୍ଡ ଲାଇନକୁ ଜଣାଇଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular