spot_img

ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଜୟପୁର: କୋରାପୁଟ ଜୟପୁର ସ୍ଥିତ  ସିନ୍ଧି ଗାଁଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅର୍ଥ ରାଶି ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ । ଏହାଛଡା ପ୍ରଧାନମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

କୋରାପୁଟରେ ରବିବାର ଦିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ପିକ୍ ଅପ୍ ଭ୍ୟାନ୍ । ଯେଉଁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପ୍ରାୟ ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ଏହି ପିକ୍ଅପ୍ ଭ୍ୟାନ୍ । ଦଶାହ କାର୍ୟ୍ୟ ସାର ଛତିଶଗଡ଼ ଫେରୁଥିବା ବେଳେ ଅଘଟଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, କୋରାପୁଟରେ ରବିବାର ଦିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ପିକ୍ ଅପ୍ ଭ୍ୟାନ୍ । ଯେଉଁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପ୍ରାୟ ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ଏହି ପିକ୍ଅପ୍ ଭ୍ୟାନ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular