ରାଉରକେଲା : ଝାରଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳର ଜଣେ ବ୍ୟକ୍ତି ରାଉରକେଲା ଆସିଥିଲେ। ସେ ଡେଲିମାର୍କେଟ୍ ରାମ ସେବକ କାଶୀନାଥ ପେଟ୍ରୋଲରେ ନିଜ କାରରେ ପେଟ୍ରୋଲ୍ ପକାଇଥିଲେ। ପେଟୋଲ୍ ପକାଇବା ପରେ ଗାଡ଼ି ଷ୍ଟାଟ୍ କରିବା ବେଳେ କାର୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ନିଆଁ ଦେଖି ଚାଳକ କାର୍ ଛାଡ଼ି ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପ୍ଲାଣ୍ଟସାଇଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଏଡାଇ ଦିଆଯାଇ ପାରିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0