spot_img

ଚଳିତ ବର୍ଷ ପେପରଲେସ ହେବ ରାଜ୍ୟ ବଜେଟ ଅଧିବେଶନ

ଭୁବନେଶ୍ୱର: ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ ।  ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି । ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଚଳିତ ଅଧିବେଶନର ସମସ୍ତ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି । କୋଭିଡ ସମୟରେ ପ୍ରଶ୍ନକାଳ ଉଚ୍ଛେଦ ହୋଇଥିବା ବେଳେ ବଜେଟ ଅଧିବେଶନରେ କିନ୍ତୁ ପ୍ରଶ୍ନକାଳ ପୂର୍ବ ପରି ରହିବା ।

ସେହିପରି ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ବାଚସ୍ପତି ।ସେହିପରି ପୂର୍ବ ଢାଞ୍ଚାରେ ଚାଲିବ ବିଧାନସଭା । କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଲକ୍ଷଣ ଥିଲେ ଆଣ୍ଟିଜେନ ଟେଷ୍ଟ କରାଯିବ । ସେପଟେ ବଜେଟ ଅଧିବେଶନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଦିନ ବିଧାନସଭାକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ବାଚତସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular