ଭୁବନେଶ୍ୱର: ୨୦୨୧ ମସିହା ଯୁକ୍ତ ଦୁଇ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫର୍ମ-ପୂରଣ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ୬ ଫେବୃଆରୀରୁ ୧୨ ଫେବୃଆରୀ ମଧ୍ୟରେ ଫର୍ମ ଫିଲଅପ କରିପାରିବେ। ସେହିପରି ରେଗୁଲାର ଓ କରେସପଣ୍ଡେସ କୋର୍ସ ଲାଗି ଛାତ୍ରଛାତ୍ରୀ ମାନେ ଫେବୃଆରୀ ୧୨ରୁ ଫେବୃଆରୀ ୨୪ ପର୍ୟ୍ୟନ୍ତ ଅନଲାଇନ ଫର୍ମ ଫିଲଅପ କରିପାରିବେ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଫର୍ମ ପୂରଣ ଦେୟ ୫୨୦ ଟଙ୍କା ରଖା ଯାଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0